କେଉଁଟି ହେତୁବୋଧକ ଅବ୍ୟୟ ?

This question was previously asked in
OPSC ASO (Oria) 27 Aug 2022 Official Paper
View all OPSC ASO Papers >
  1. ପରନ୍ତୁ
  2. ମାତ୍ର
  3. ସୁତରାଂ
  4. ଅବ୍ଯାପି

Answer (Detailed Solution Below)

Option 3 : ସୁତରାଂ
Free
Odisha High Court 2024 Mock Test
3.4 K Users
35 Questions 35 Marks 30 Mins

Detailed Solution

Download Solution PDF

ସଠିକ୍ ଉତ୍ତର ହେଉଛି- ସୁତରାଂ

Key Points

  • ଯେଉଁ ପଦଗୁଡିକର ରୂପରେ ବିଭକ୍ତି, ବଚନ, କାଳ, କାରକ ଓ ଲିଙ୍ଗାଦି ଭେଦ ଅନୁସାରେ କୌଣସି ପରିସ୍ଥିତିରେ ବ୍ୟୟ ଘଟେନାହିଁ । ସେହି ଅପରିବର୍ତ୍ତନଶୀଳ ପଦକୁ ଅବ୍ୟୟ କୁହାଯାଏ ।
  • ଅବ୍ୟୟମୂଳକ ଶବ୍ଦ ଚାରି ପ୍ରକାର । ଯଥା- ତତ୍ସମ ବା ସଂସ୍କୃତ ଅନୁରୂପ, ତଦ୍ଭବ ବା ସଂସ୍କୃତରୁ ଜାତ, ଦେଶୀୟ ବା ଖାଣ୍ଟି ଆଞ୍ଚଳିକ ଓଡିଆ ଓ ବୈଦେଶିକ ବା ଅନ୍ୟ ଭାଷାରୁ ଆଗତ ଅବ୍ୟୟ ପଦ ।
  • ସଂସ୍କୃତ ଭାଷାର ଅନୁରୂପ ଅବ୍ୟୟ ପଦ ତାହାକୁ ତତ୍ସମ ଅବ୍ୟୟ ପଦ କୁହାଯାଏ । ଯଥା- ପୁନଶ୍ଚ, ଯଦ୍ୟପି, କଦାଚିତ୍, ଅଥବା, କସ୍ମିନ୍, ଅଗତ୍ୟା, ଅୟି, ଅନ୍ୟ, ଇଷତ୍ ।
  • ସଂସ୍କୃତ ଅବ୍ୟୟ ପଦରୁ ଜାତ ଓଡିଆ ଅବ୍ୟୟ ପଦକୁ ତଦ୍ଭବ ଅବ୍ୟୟ କୁହାଯାଏ । ଯଥା- ପୁଣି, କି, ବାରବାର, କିଛି, ପ୍ରାୟତଃ, ଏଣୁ ।
  • ଯେଉଁ ଅବ୍ୟୟ ପଦ ଅନ୍ୟ କୌଣସି ଭାଷାରୁ ଆସିନାହିଁ ବା ତାହା ମୂଳ ଓଡିଆ ଶବ୍ଦରୁ ଜାତ ହୋଇଛି ତାହାକୁ ଦେଶଜ ଅବ୍ୟୟ ପଦ ବା ଦେଶ୍ୟ ଅବ୍ୟୟ ପଦ କୁହାଯାଏ । ଯଥା- ଆଲୋଆଲୋ, ଉଁଚୁ, ଆହୁରି, ଆଉ, ଏଇଲେ, ଏବେ, ଇଆଡୁ ଇତ୍ୟାଦି ।
  • କେତେକ ଅବ୍ୟୟ ପଦ ବିଦେଶୀ ଭାଷାର ପ୍ରଭାବ ଓ ସଂସ୍ପର୍ଶ ହେତୁ ଆମ ଭାଷାରେ ପ୍ରଚଳିତ ହୋଇଆସୁଛି । ଏଗୁଡିକୁ ବୈଦେଶିକ ଅବ୍ୟୟ ପଦ କୁହାଯାଏ । ଯଥା- ଆସ୍ତେଆସ୍ତେ, ଇସ୍, ଫେରେ, ଅଲବତ, ହାଲୋ, ହାଏହାଏ, ଫୁସ୍, ରୋଜ, ହରଦମ ଇତ୍ୟାଦି ।

ଯଥାର୍ଥତା:

  • ସୁତରାଂ ହେଉଛି ହେତୁବୋଧକ ଅବ୍ୟୟର ଅନ୍ତର୍ଗତ ।
  • ହେତୁ ବା କାରଣ ପ୍ରକାଶ କରୁଥିବା ଅବ୍ୟୟକୁ ହେତୁବୋଧକ ବା କାରଣସୂଚକ ଅବ୍ୟୟ କୁହାଯାଏ ।
  • ହେତୁବୋଧକ ଅବ୍ୟୟଗୁଡିକ ହେଉଛି-  ଏଣୁ, ତେଣୁ, ଯେଣୁ, ସୁତରାଂ, ଅତଏବ, କାହିଁକିନା ଇତ୍ୟାଦି ।
  • ଯେପରିକି, କାଲି ମୋତେ ଜ୍ବର ହୋଇଥିଲା, ତେଣୁ ମୁଁ ସ୍କୁଲକୁ ଯାଉନଥିଲି ।

Additional Information

  • ବାକ୍ୟରେ ଯେଉଁ ପଦର ପରିବର୍ତ୍ତନ ହୁଏନାହିଁ, ତାହା ଅବ୍ୟୟ ।
  • ବ୍ୟୟ ଶବ୍ଦର ଅର୍ଥ ପରିବର୍ତ୍ତନ.। ଯାହାର ବ୍ୟୟ ନାହିଁ ତାହାହିଁ ଅବ୍ୟୟ । ଓ, କିନ୍ତୁ, ବା, ସୁଲୁସୁଲୁ ଗୋଟିଏ ଗୋଟିଏ ଅବ୍ୟୟ ପଦ ।
  • ଅବ୍ୟୟପଦଗୁଡିକ ଭିନ୍ନ ଭିନ୍ନ ଅର୍ଥରେ ବ୍ୟବହୃତ ହୋଇଥାଆନ୍ତି । ତେଣୁ ସେମାନଙ୍କର ନିର୍ଦ୍ଦିଷ୍ଟ ଶ୍ରେଣୀ ବିଭାଗ କରିବା କଷ୍ଟକର ବ୍ୟାପାର । 
Latest OPSC ASO Updates

Last updated on Jul 4, 2025

->OPSC ASO Rejection List has been released on the official website of OPSC. Candidates can check if their application form has been accepted or rejected.

->The OPSC ASO Exam Date 2025 is 27th July 2025.

->OPSC has announced 29 Job openings for the post of ASO.

->The last date to apply for the vacancy is 9th June 2025.

->The selection of the candidates for recruitment shall be made on the basis of written test and skill test in computer.

->There is no application fee for all the candidates applying for the position of Assistant Section Officer.

Get Free Access Now
Hot Links: teen patti gold old version all teen patti game teen patti gold download teen patti customer care number teen patti online